ବସ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ୩୦ରୁ ଅଧିକ ଆହତ ଓ ୧୦ଜଣ ଗୁରୁତର

ବସ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ। କଟକ ଯାଉଥିବା ବାଟରେ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ ଯାହାଫଳରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି।ସୂଚନା ମୁତାବକ, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମ ପାଇଁ ବସ୍‌ଟି ଯାତ୍ରୀଙ୍କୁ ନେଇ ଆଠଗଡ଼ରୁ କଟକ ଅଭିମୁଖେ ଯାଉଥିଲା। ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳୀ ରାସ୍ତାର ଛତାବର ଛକ ନିକଟରେ ବସ୍‌ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଆହତ ଓ ୧୦ ଜଣ ଗୁରୁତର ହୋଇଥିଲେ। ଏତେ ଜୋର୍‌ରେ ଧକ୍କା ହୋଇଥିଲା ଯେ, ଉଭୟ ବସ୍ ଓ ଟ୍ରକର ସମ୍ମୁଖ ଭାଗ ପୂରାପୂରି ଚୁରମାର୍ ହୋଇଯାଇଛି ।

ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଏବଂ ଗୁରୁତର ଯାତ୍ରୀଙ୍କୁ କଟକ SCBକୁ ପଠାଯାଇଛି। ସମସ୍ତ ଆହତ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ହେଉଥିବା ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିବା ଜଣାପଡ଼ିଛି। ସମସ୍ତ ଆହତ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)