ରାଜ୍ୟରେ ଜାରି ରହିବ କାଳବୈଶାଖୀ; ୨୦ ଯାଏଁ କାଳବୈଶାଖୀ ବର୍ଷା ନେଇ ଚେତାବନୀ ଦେଲା ପାଣିପାଗ କେନ୍ଦ୍ର।

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ହଠାତ୍ ମାଡି ଆସୁଛି ପ୍ରବଳ ପବନ ସାଙ୍ଗକୁ ବର୍ଷା। ଆସନ୍ତା ୨୦ ତାରିଖ ଯାଏଁ ଏଭଳି କାଳବୈଶାଖୀ ବର୍ଷା ନେଇ ଚେତାବନୀ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ଏବେ କାଳବୈଶାଖୀ ଲାଗି ରହିବ। ବର୍ଷା ସହ ପବନ ହେବ। ତେଣୁ ଆଜି ପାଇଁ ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ବାଲେଶ୍ୱର। ସେହିଭଳି ଆସନ୍ତାକାଲି ପାଇଁ ୭ ଜିଲ୍ଲା, ୧୮ ତାରିଖ ପାଇଁ ୧୨ ଜିଲ୍ଲା ଏବଂ ୧୯ ତାରିଖ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କୁଆପଥର ବର୍ଷା ସହ ଝଟକା ପବନରେ ଅନେକ ଘରର ଆଜବେଷ୍ଟସ ଉଡିଯାଇଥିଲା। ରାସ୍ତା ଉପରେ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଏମିତିକି ଅନେକ ସ୍ଥାନରେ ପାଣି ଜମି ରହି ରାସ୍ତା ଅବରୋଧ ରହିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)