ପଞ୍ଚଭୂତରେ ଲୀନ ହେଲା ପ୍ରଶାନ୍ତ ଶତପଥୀଙ୍କ ପାର୍ଥିବ ଶରୀର। ବାଲେଶ୍ୱର ଇସାଣୀ ଗାଁ ମଶାଣୀରେ ଶେକକୃତ୍ୟ ସମ୍ପନ୍ନ।ପ୍ରଶାନ୍ତ ଶତପଥୀଙ୍କୁ ମୁଖାଗ୍ନି ଦେଲା ତାଙ୍କ କୁନି ପୁଅ। ଶୋକାକୂଳ ପରିବେଶ, ଗାଁ ଲୋକ, ସମ୍ପର୍କୀୟଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପ୍ରଶାନ୍ତଙ୍କ ଶେଷ କୃତ୍ୟରେ ସାମିଲ ହୋଇଛନ୍ତି। କାନ୍ଦବୋବାଳିରେ ଫାଟିପଡୁଛି ସାରା ପରିବେଶ।
ପହଲଗାମ ଆକ୍ରମଣକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ଓଡ଼ିଶାର ୨ଜଣ ପୁଅ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ଶେଷକୃତ୍ୟ ସର୍ମ୍ପଣ୍ଣ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି ପ୍ରଶାନ୍ତଙ୍କ ମରଶରୀର। ଏନେଇ ସାରା ଗାଁରେ ଶୋକାକୂଳ ପରିବେଶ ରହିଛି। ଗତକାଲି ରାତିରେ ମରଶରୀର ଜମ୍ମୁ-କଶ୍ମୀରରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା। ଭୁବନେଶ୍ୱର ବିମାନବନ୍ଦରରେ ରାତି ପ୍ରାୟ ୧୨ଟା ୩୦ମିନିଟରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର। ତେବେ ଏହାରି ଭିତରେ ବାଲେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷର ସହାୟତ ରାଶି ଘୋଷଣା। ଏଥିସହ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅର ପାଠପଢ଼ା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନା ଅନୁସାରେ, ଆତଙ୍କବାଦୀ ଆକ୍ରମଣରେ ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କ ମୃତ୍ୟୁ ହୋଇଛି । ସେ ବାଲେଶ୍ୱର ସିପେଟ୍ରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୯ ତାରିଖରେ ସ୍ତ୍ରୀ ପ୍ରିୟଦର୍ଶିନୀ ଓ ୮ ବର୍ଷୀୟ ପୁଅ ତନୁଜଙ୍କୁ ନେଇ ଜମ୍ମୁ କଶ୍ମୀର ବୁଲିବା ପାଇଁ ଯାଇଥିଲେ। ସେଠାରେ ପହଲଗାମ୍ର ବୈସାରନ ଭ୍ୟାଲିରେ ରହିଥିଲେ। ମଙ୍ଗଳବାର ସେଠାରେ ପୁଅ ଓ ସ୍ତ୍ରୀଙ୍କ ସହିତ ପ୍ରଶାନ୍ତ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ପୁଅ ଓ ସ୍ତ୍ରୀଙ୍କ ସାମ୍ନାରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଯାହାଫଳରେ ଉକ୍ତ ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।












Leave a Reply