ପୁରୀ ଯାଉଥିବା ବେଳେ ଓଲଟିଲା ସ୍ୱର୍ଗରଥ: ୩ ଆହତ

ଅକ୍ଷର ବ୍ୟୁରୋ: ପୁରୀ ସ୍ୱର୍ଗଦ୍ୱାର ଯାଉଥିବା ବେଳେ ଓଲଟିଲା ସ୍ୱର୍ଗରଥ। ମୃତଦେହ ନେଇ ସୋର ଅଞ୍ଚଳରୁ ପୁରୀ ଯାଉଥିବା ଏକ ସ୍ୱର୍ଗରଥ ଭାରସାମ୍ୟ ହରାଇ ୧୬ ନମ୍ବର ଜାତୀୟ ରାଜପଥ କଡ଼କୁ ଓଲଟି ପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ପାଳଦା ବାଙ୍କ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସୋର ଅଞ୍ଚଳରୁ ଏକ ମୃତଦେହକୁ ନେଇ ସ୍ୱର୍ଗଦ୍ୱାର ଅଭିମୁଖେ ଯାଉଥିଲା ସ୍ୱର୍ଗରଥ। ତେବେ ପାଳଦା ବାଙ୍କ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇଥିଲା। ଫଳରେ ଏହା ରାଜପଥ କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଅନ୍ୟମାନେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ବର୍ତ୍ତମାନ ଆହତମାନଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣାରେ ସ୍ୱର୍ଗରଥଟି କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିରେ ଥିବା ମୃତଦେହକୁ ଅନ୍ୟ ଏକ ଗାଡ଼ି ଯୋଗେ ପୁରୀ ସ୍ୱର୍ଗଦ୍ୱାରକୁ ପଠାଯାଇଛି। ତେବେ ଗାଡ଼ିଟି କେଉଁ କାରଣରୁ ଭାରସାମ୍ୟ ହରାଇଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ପ୍ରକୃତ କାରଣ ଜଣାପଡ଼ିବା ପରେ ଦୁର୍ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial