୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀରେ ଜାତୀୟ ପଞ୍ଚାୟତୀରାଜ ଦିବସର ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ତାଙ୍କ ସରକାର ୨୦୨୬ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମାଞ୍ଚଳର ଅନେକ ଲୋକ ଏବେ ମଧ୍ୟ ପିଇବା ପାଣି, ବିଦ୍ୟୁତ ଯୋଗାଣ, ପକ୍କା ଘର ଏବଂ ଗାଁକୁ ପକ୍କା ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ। ୧୨ ଜୁନ ୨୦୨୪ରେ ଶପଥ ଗ୍ରହଣ ପରେ, ଆମ ସରକାର ଗାଁମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ୟ୍ୟକ୍ରମ ଆରମ୍ଭ କରିଛି।

ସେ କହିଛନ୍ତି, ପଞ୍ଚାୟତୀ ରାଜ ଓ ପିଇବା ପାଣି ବିଭାଗ ଗାଁମାନଙ୍କରେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ପାଇଁ ୧୦,୦୦୦ କୋଟି ଟଙ୍କା ବରାଦ କରିଛି। ସରକାର ୨୦୨୬ ସୁଦ୍ଧା ପ୍ରତ୍ୟେକ ଗାଁକୁ ପିଇବା ପାଣି ଏବଂ ରାସ୍ତା ଯୋଗାଇ ଦେବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଏବଂ ସରକାର ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)