ଅକ୍ଷର ବ୍ୟୁରୋ: ନାରୀଙ୍କୁ ସୁରକ୍ଷା ଦେବ ପାଇଁ ଶକ୍ତିଶ୍ରୀ ଆପ୍ ଲଞ୍ଚ୍ । ଉଚ୍ଚ ଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଞ୍ଚ୍ କରିଛନ୍ତି ଶକ୍ତିଶ୍ରୀ ଆପ୍ । ମହିଳା ସଶକ୍ତିକରଣ ପାଇଁ ସରକାରଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଶୈକ୍ଷିକ ବାତାବରଣ ସହ କଲେଜ ଓ ବିଶ୍ଵବିଦ୍ୟାଳୟଗୁଡିକରେ ବିଭାଗର ମହିଳାମାନେ ଏହି ଆପ୍ ମାଧ୍ୟମରେ କୌଣସି ଅଘଟଣର ରିପୋର୍ଟ କରିପାରିବେ । ୨୪×୭ ଏହି ଆଲର୍ଟ ସିଷ୍ଟମ ରହିବ । ଏହି ଆପ୍ଲିକେସନ ମହିଳାମାନଙ୍କ ମନରେ ସାହସିକତା ଭରିବ ।
ଅନ୍ୟପଟେ, ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ଏବଂ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଭିନବ ପ୍ରୟାସ କରିଛନ୍ତି । ବୈଷୟିକ ଏବଂ ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ଇଗ୍ନୋ (IGNOU) ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଏହାଦ୍ୱାରା ଭାଷାଗତ ପ୍ରତିବନ୍ଧକ ଦୂର ହେବା ସହ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ । ଏହି ସମସ୍ତ ପଦକ୍ଷେପ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ‘ଜ୍ଞାନ ଭିତ୍ତିକ ସମାଜ’ ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୁବପିଢ଼ି ଓ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଟର୍ନସିପ୍ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ‘ଶକ୍ତିଶ୍ରୀ’ (ShaktiShree) ମୋବାଇଲ୍ ଆପ୍ର ଉଦ୍ଘାଟନ କରିଛନ୍ତି ।












Leave a Reply