ଭୁବନେଶ୍ୱର ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା; ୧୫ ନମ୍ବର ୱାର୍ଡରେ ଚାଲିଛି ୮୧ଟି ଘରର ଉଚ୍ଛେଦ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ଚାଲିଛି ୮୧ଟି ଘରର ଉଚ୍ଛେଦ । ପୂର୍ବ ନୋଟିସ ଅନୁଯାୟୀ ୮୧ ଘର ଉଚ୍ଛେଦ ହେଉଛି । ୧୫ ନମ୍ବର ୱାର୍ଡର ଏକାମ୍ର ଭିଲା ବେହେରା ବସ୍ତିର ୮୧ ଘର ଉଚ୍ଛେଦ ହେଉଛି । ଉଛେଦ ସ୍ଥାନରେ ବିଡ଼ିଏ ଜଏଣ୍ଟ କମିଶନର, ଡେପୁଟି କମିସନର ହାଉସିଙ୍ଗ ବୋର୍ଡର ଅଜୟ କୁମାର ମହାନ୍ତି ଉପସ୍ଥିତ ଅଛନ୍ତି । ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତା ବାମ ପାର୍ଶ୍ଵ ସମାନ୍ତରାଳ ରାସ୍ତା ପାଇଁ ଉଚ୍ଛେଦ ହେଉଛି । ଉଚ୍ଛେଦ ଭିତରେ ଘର, ଗୁହାଳ ଓ ନବ ନିର୍ମିତ ମନ୍ଦିର ରହିଛି । ପୁର୍ବରୁ ୭୦ ଘରଙ୍କୁ ବୁଧବିହାରରେ ଘର ଦିଆସରିଛି ।

​​​​ପ୍ରକାଶ ଥାଉକି, ୨୦୨୫ ନଭେମ୍ବର ୨୦ରେ ମଧ୍ୟ ଉଚ୍ଛେଦ ହୋଇଥିଲା । ଉଚ୍ଛେଦ ପରେ ବଲ ପଡିଆରେ ଜୋର ଜବରଦସ୍ତ ଜାଗା ଅକ୍ତିଆର କରିଥିବା ବସ୍ତିବାସିନ୍ଦାଙ୍କୁ ହଟାଇଥିଲା ପ୍ରଶାସନ । ଉଚ୍ଛେଦ ପାଇଁ ୫୫୪ ଘର ଚିହ୍ନଟ କରାଯାଇଥିଲା । ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି କହିଥିଲେ ବିଏମସି କମିଶନର ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)