ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ; ସନ୍ଧ୍ୟା ୬ଟା ପରେ ବୋର୍ଡ ଅଫିସିଆଲ୍ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ ।

ଅକ୍ଷର ବ୍ୟୁରୋ: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏହାକୁ ନେଇ ୫ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଛି । ଅପରାହ୍ନ ୪ଟାରେ କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହେବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରେଇ । ସେ କହିଛନ୍ତି, ଏକା ସାଙ୍ଗରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୬ଟା ପରଠାରୁ ବୋର୍ଡ ଅଫିସିଆଲ୍ ୱେବସାଇଟ୍ www.bseodisha.ac.in କିମ୍ବା www.bseodisha.nic.in କୁ ଯାଇ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଦେଖିପାରିବେ । ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ଛାତ୍ରଛାତ୍ରୀମାନେ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ । ମୋବାଇଲ୍ ମେସେଜ୍ ବକ୍ସକୁ ଯାଇ OR10<RollNo> ଟାଇପ୍ କରି 5676750 ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ । ପ୍ରଥମଥର ପାଇଁ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ସାର୍ଟିଫିକେଟ ବ୍ୟବସ୍ଥା କରିଛି ବୋର୍ଡ଼ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)