ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ୍ ଶୁଣାଣି । ଓଡ଼ିଶା ଛତିଶଗଡ଼ର ଆଗ୍ରହ ଏବଂ ପ୍ରୟାସକୁ ଟ୍ରିବ୍ୟୁନାଲଙ୍କ ପ୍ରଶଂସା । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଟ୍ରିବ୍ୟୁନାଲ । ମୌସୁମୀ ଓ ଅଣମୌସୁମୀ ଋତୁରେ କେତେ ଜଳ ପ୍ରବାହିତ ହେଉଛି ତାହା ଆଜି ଅବଗତ କରାଯାଇଛି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା, ଛତିଶଗଡ଼ ଅବଗତ କରିଛନ୍ତି । ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କଥା ଜଣାଯାଇଛି । ଓଡ଼ିଶା ପକ୍ଷରୁ ଏଜି ପୀତାମ୍ଵର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି । ମେ ୩୦ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।
ମହାନଦୀ ଜଳ ବିବାଦ ନେଇ ସମାଧାନର ରାସ୍ତା ଆଉ ପାଦେ ଆଗେଇଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଆଡଭୋକେଟ୍ ଜେନେରାଲ । ଛତିଶଗଡ଼ ଏବଂ ଓଡ଼ିଶା ଭିତରେ ପ୍ରସଙ୍ଗ ନେଇ ସହମତି ପ୍ରକାଶ ପାଉଛି । ଆଉ ଯେଉଁ ପ୍ରସଙ୍ଗ ରହିଛି ସେଥିରେ ଖୁବ୍ ଶୀଘ୍ର ସମାଧାନ ହେବ । ଆଜି ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ବୈଷୟିକ ଟିମ୍ ର ଜଳର ଉପଲବ୍ଧତାକୁ ନେଇ ଯୁଗ୍ମ ସ୍ବାକ୍ଷରିତ ବିବରଣୀ ଦାଖଲ କରିଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଏହି ସତ୍ୟପାଠରେ ରହିଛି ବୋଲି କହିଛନ୍ତି ଓଡ଼ିଶା ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।












Leave a Reply