ନ୍ୟାୟ ଦେଇପାରିଲାନି ପୋଲିସ; SPଙ୍କ ଅଫିସ ଆଗରେ ଅନଶନରେ ପୋଲିସ ମହିଳା କର୍ମଚାରୀ ।

ଅକ୍ଷର ବ୍ୟୁରୋ: ମାସେ ପରେ ବି ସୁମିତ୍ରାଙ୍କୁ ମିଳିଲାନି ନ୍ୟାୟ । ଅଭିଯୋଗ ବିରୋଧରେ କୌଣସି ଆକ୍ସନ ନେଲାନି ପୋଲିସ । SPଙ୍କ ଅଫିସ ଆଗରେ ଅନଶନରେ ସୁମିତ୍ରା । ମାସେ ତଳେ ମହିଳା ହାବିଲଦାର ସୁମିତ୍ରା ବିଶ୍ୱାଳ ରାଇଟର ହାବିଲଦାର ଶୁଭକାନ୍ତ ସାହୁ ଓ ଆର.ଆଇ ଗୋବିନ୍ଦ ମାହାରୀଙ୍କ ବିରୁଦ୍ଧରେ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣିଥିଲେ । କେବଳ ଅଭିଯୋଗ ତ ନୁହଁ ନିର୍ଯାତନା ସହି ନ ପାରି ଚାକିରିରୁ ଇସ୍ତଫା ବି ଦେଇଥିଲେ । ରିଜାଇନ୍ କରିବା ସମୟରେ ସାରା ଓଡ଼ିଶା ଦେଖିଥିଲା ଜଣେ ବର୍ଦ୍ଦି ପିନ୍ଧା ମହିଳା ପୋଲିସ କର୍ମଚାରୀଙ୍କ ଆଖିର ଲୁହ । ହେଲେ ଏଇ ଅଭିଯୋଗ ପରେ ଏସପି ଏହାର ତଦନ୍ତ ଭାର ଜଣେ ବରିଷ୍ଠ ଡିଏସପି ଓ ଆଇସିସି କମିଟିକୁ ଦେଇଥିଲେ । ହେଲେ ପାଖାପାଖି ଏକ ମାସ ହେଲାଣି ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial