ଅକ୍ଷର ବ୍ୟୁରୋ: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି । ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି । କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି । ସେହିପରି ଏ୧ରେ ୨୪୫୬ ଜଣ ପାସ କରିଛନ୍ତି । ଏ୨ରେ ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି । ବି୧ରେ ପାସ କରିଛନ୍ତି ୪୩ ହଜାର ୫୬୫ । ବି୨ରେ ୮୬ ହଜାର ୧୦୩ ଛାତ୍ରଛାତ୍ରୀ ପାସ କରିଛନ୍ତି । ସି ଗ୍ରେଡରେ ପାସ କରିଛନ୍ତି ଏକ ଲକ୍ଷ ୨୯ ହଜାର ୮୦୩ ଜଣ । ଡିରେ ୧,୪୬,୧୫୨ ଜଣ ପାସ କରିଛନ୍ତି । ଇରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ଉର୍ତ୍ତିଣ୍ଣ ହୋଇଛନ୍ତି । ୩୩୧୦ ସ୍କୁଲରେ ଶତପତିଶତ ରେଜଲ୍ଟ ହୋଇଛି । ଗଜପତି ଜିଲ୍ଲାରେ ୯୯.୩୧ ସର୍ବାଧିକ ପାସ ହାର ହୋଇଛି ।
ପରୀକ୍ଷାର୍ଥୀମାନେ ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR 10ଲେଖି ନିଜର ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ପାଇପାରିବେ ରେଜଲ୍ଟ । ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୨ ଯାଏ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହୋଇଥିଲା । ଚଳିତ ବର୍ଷ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୩୬ହଜାର ୩୦୬ ଛାତ୍ରଛାତ୍ରୀ ।












Leave a Reply