ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୁଇ ଦିନ ପରେ ଆକ୍ସନ ମୋଡରେ ସେନା । ମାଟିରେ ମିଶିଲା ଦୁଇ ଆତଙ୍କବାଦୀର ଘର । ଆତଙ୍କବାଦୀ ଆସିଫ୍ ଶେଖ୍ ଓ ଆଦୀଲ ହୁସେନ ର ଘରକୁ ଆଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଜମ୍ମୁକାଶ୍ମୀରର ତ୍ରାଲ ଓ ବିଜ୍ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା । ପୁଲୱାମାର ତ୍ରାଲ ଅଞ୍ଚଳରେ ଲସ୍କର-ଇ-ତୋଇବା ଆତଙ୍କୀ ଆସିଫ୍ ଶେଖ ଘରକୁ ବିସ୍ପୋରଣ କରି ଉଡାଇ ଦେଇଛନ୍ତି ଭାରତୀୟ ସେନା । ପହଲଗାମ ଆକ୍ରମଣ ପରେ ଆସିଫ ଫେରାର ଅଛି । ଏପଟେ ଅନନ୍ତନାଗ ବିଜବେହାରା ଗୋରି ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କୀ ଆଦୀଲ ହୁସେନର ଘରକୁ ଭାରତୀୟ ସେନା ବୁଲଡୋଜର ଲଗାଇ ମାଟିରେ ମିଶାଇଛି ସେନା । ଉଭୟଙ୍କୁ ଧରିବାକୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗତକାଲି ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଚେତାବନୀ ଦେଇଥିଲେ ।
ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣର ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଆଦୀଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ତେଣୁ ଶୁକ୍ରବାର ସକାଳେ ବୋମାମାଡ କରିବା ସହ ବୁଲଡୋଜର ବୁଲାଇ ତା ଘର ଭଙ୍ଗାଯାଇଛି ।












Leave a Reply