ବଲାଙ୍ଗୀରରେ ରହୁଥିବା ପାକିସ୍ତାନୀ ମହିଳା ସାରଦା ବାଇଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ । ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଛି । ପାକିସ୍ତାନୀ ମହିଳା ସାରଦା ବାଇଙ୍କ ଭିସା ରଦ୍ଦ କରାଯିବା ସହ ତୁରନ୍ତ ପାକିସ୍ତାନ ପଳାଇ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗିର ଟାଉନ୍ ଥାନା ଠିକାଦାରପଡ଼ାରେ ରୁହନ୍ତି ସାରଦା ବାଇ।
ସୂଚନା ଅନୁସାରେ, ସାରଦା କୁକ୍ରେଜା ନାମକ ଜଣେ ମହିଳା ୧୯୭୨ ମସିହାରୁ ସେ ଏପର୍ଯ୍ୟନ୍ତ ପାକିସ୍ତାନୀ ନାଗରିକତ୍ୱରେ ରହି ଆସୁଛନ୍ତି । ୧୯୯୧ରୁ ତାଙ୍କର ପାସପୋର୍ଟ ଅବଧି ସରି ଯାଇଛି । ୧୯୭୨ରେ ସାରଦା ପାକିସ୍ତାନ ଛାଡି ଦିଲ୍ଲୀ ଆସିଥିଲେ । ଏହାପରେ ସେ କୋରାପୁଟ୍ ଆସି ବିବାହ କରିଥିଲେ, ପରେ ବ୍ୟବସାୟ କରିବା ପାଇଁ ସେ ବଲାଙ୍ଗିର ଆସିଥିଲେ । ହେଲେ ଏତେ ବର୍ଷ ରହିବା ପରେ ମଧ୍ୟ ସାରଦା ଭାରତୀୟ ନାଗରିକତ୍ୱ ଗ୍ରହଣ କରି ନାହାଁନ୍ତି। ହେଲେ ପହଲଗାମ ଆକ୍ରମଣ ପରେ ସମସ୍ତ ପାକିସ୍ତାନୀଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି କଟକରେ ମଧ୍ୟ ଜଣେ ପାକିସ୍ତାନୀ ନାଗରିକ ଚିହ୍ନଟ । ପାକିସ୍ତାନୀ ନାଗରିକଙ୍କୁ ନୋଟିସ ଜାରି କଲା କଟକ କମିସନରେଟ ପୁଲିସ । ବିବାହ ପରେ କିଛି ପାକିସ୍ତାନୀ କଟକରେ ରହୁଛନ୍ତି । ସମସ୍ତଙ୍କ କାଗଜ ପତ୍ର ଯାଞ୍ଚ କରାଯିବ । କେନ୍ଦ୍ର ସରକାରଙ୍କ ଗାଇଡ଼୍ ଲାଇନ ଅନୁଯାୟୀ ହୋଇଛି ନୋଟିସ । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିସ୍ତୃତ ଗାଇଡ଼୍ ଲାଇନ ଆସିଲା ପରେ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ଯଦି ନିର୍ଦ୍ଦେଶ ନ ମାନିବେ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି












Leave a Reply