ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ଦିନ। ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତା ବିବାହ” ମୁକ୍ତିଲାଭ କରିଥିଲା। ସେବେଠୁ ଆଜି ଯାଏଁ ଓଡ଼ିଆ ଚଳଚ୍ଚିତ୍ର ନୂତନ ପ୍ରଯୁକ୍ତି, କାହାଣୀ ବିବିଧତା ଏବଂ ବୈଶ୍ଵିକ ପରିଚୟ ସହିତ ଆଗକୁ ବଢ଼ୁଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରକୃତପକ୍ଷରେ ଓଡ଼ିଶାର ସାଂସ୍କୃତିକ ଗରିମା, ଲୋକଜୀବନର ବର୍ଣ୍ଣିଳତା ଏବଂ ସମାଜର ଭାବନାକୁ ରୂପେଲି ପରଦାରେ ଅମର କରିଛି।

ନିଜ ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଯାଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଆଜି ୯୦ ବର୍ଷରେ ପାଦ ଦେଉଥିବାବେଳେ ଏହି ଗୌରବମୟ ଇତିହାସକୁ ସ୍ମରଣ କରି ସମସ୍ତ ଓଡ଼ିଆ ସିନେପ୍ରେମୀ, ଦର୍ଶକ, କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)