ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ମକଡ୍ରିଲ; ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ ।

ମେ ୭ରେ ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ କିଛି ରାଜ୍ୟ । ପହଲଗାମ ଘଟଣାକୁ ନେଇ ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ଯୁଦ୍ଧ ସମୟରେ କି ପଦକ୍ଷେପ ନେବାକୁ ହେବ ତାକୁ ନେଇ ଏହି ମକ୍ ଡ୍ରିଲ। ସେଥିପାଇଁ ସାରା ଦେଶ ଚଳଚଞ୍ଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ତତ୍ପରତା। ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯିବ । ଏୟାର ରେଡ୍ ୱାର୍ଣ୍ଣିଂ ସାଇରନ୍ ବାଜିଲେ କଣ କରିବାକୁ ହେବ, ତା ଉପରେ ମକ ଡ୍ରିଲ ହେବ।

ରାଜ୍ୟର ୧୨ ଟି ସ୍ଥାନରେ ଏହି ମକଡ୍ରିଲ କରାଯିବ ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କେନ୍ଦ୍ରାପଡା, ପୁରୀ, ଗୋପାଳପୁର, ପାରାଦୀପ, ଭଦ୍ରକରେ ହୋଇପାରେ ମକଡ୍ରିଲ। ଯେଉଁଥିଲେ ସିଭିଲିଆନ ବା ସାଧାରଣ ଲୋକଙ୍କୁ ସଚେତନ କରାଯିବ। ଏଭଳି ପରିସ୍ଥିତି ଉପୁଜିଲେ କେମିତି ତାହାକୁ ସାଧାରଣ ଲୋକେ ମୁକାବିଲା କରିବେ ତାକୁ ନେଇ ସତର୍କ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସୂଚନା ମିଳିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଓଡିଶା ପୁଲିସ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଓଡ଼ିଶା ପୁଲିସ ପକ୍ଷରୁ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial