ଆକାଶରୁ ଖସୁଛି ନିଆଁ; ଘରୁ ବାହାରିବା ହେଲାଣି କଷ୍ଟକର !

ଆକାଶରୁ ଖସୁଛି ନିଆଁ । ପ୍ରବଳ ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଅସହ୍ୟ ଗରମ ସହ ଝାଞ୍ଜି ପବନ ବହୁଛି । ଘରୁ ବାହାରିବା କଷ୍ଟକର । ଅସହ୍ୟ ଗୁଳୁଗୁଳିରେ ଅଣନିଶ୍ୱାସୀ ହେଇପଡୁଛନ୍ତି ଲୋକେ । ସକାଳ ସାଢେ ୮ଟାରେ ୩୫ ଡିଗ୍ରି ଛୁଇଁଲା ପାରଦ । ଝାରସୁଗୁଡା ୩୫ ଡିଗ୍ରି ରେକର୍ଡ କରାଯାଇଥିବାବେଳେ ସମ୍ବଲପୁର ୩୪.୪ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୩୪.୪, ରାଉରକେଲା ୩୩.୬ ଡିଗ୍ରି, ଚାନ୍ଦବାଲି ଓ ପୁରୀ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି  । ସେହିପରି ରାଜଧାନୀ ଭୁବନେଶ୍ୱର ୩୨.୪ ଡିଗ୍ରି ରେକର୍ଡ କରାଯାଇଛି ।

ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି କଲବଲ କରୁଛି ତାତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ୧୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିଲା ।   

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)