ଚାଷୀଙ୍କ କଲ୍ୟାଣ ହିତରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଆଜି ଖାଉଟି ଓ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦିନିକିଆ ଗସ୍ତରେ ରାୟଗଡା ଯାଇଥିଲେ। ରାୟଗଡ଼ା ଜିଲ୍ଲା ଗସ୍ତ ଅବସରରେ ଜିଲ୍ଲାର ସଦର ବ୍ଲକ ଅଧିନ ବୀରନାରାୟଣପୁର ଗ୍ରାମର ସରଳ ଆଦିବାସୀ ମଣିଷ ତଥା ଚାଷୀ ଶ୍ରୀ ମାଧା ରାଓ ସରକାଙ୍କ ବାସଭବନରେ ମାଣ୍ଡିଆରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଜଳପାନ କରିଥିଲେ। ସରଳ, ଅମାୟିକ, ଅତିଥି ପରାୟଣ, କର୍ମପ୍ରବଣ, କର୍ତ୍ତବ୍ୟନିଷ୍ଠ, ନିରହଂକାରୀ, ପରୋପକାରୀ ଏବଂ ବର୍ତମାନ-ସର୍ବସ୍ବ, ଶୃଙ୍ଖଳିତ, ପ୍ରକୃତିର କୋଳରେ ଜନ୍ମିତ, ଆତଜାତ ଓ ଲାଳିତପାଳିତ ତଥା ନିଜର ସ୍ୱକୀୟ ସଂସ୍କୃତି ଓ ପରମ୍ପରାକୁ ଧରି ରଖି ବସବାସ କରୁଥିବା ଅଦିବାସୀ ଗାଁ ବୀରନାରାୟଣପୁର ବାସୀଙ୍କ ଆତିଥେୟତା ରେ ସେ ଅତନ୍ତ୍ୟ ଖୁସି ହୋଇଥିଲେ।

ଅନ୍ୟପକ୍ଷରେ, ସେଠାରୁ ବାହାରି କୃଷି ଓ କୃଷକଙ୍କ ଉନ୍ନତି ତଥା କୃଷକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଏବଂ ସମୃଦ୍ଧି ନିମନ୍ତେ ମୋହନ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ସହ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣି ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ଉଚିତ ପ୍ରାପ୍ୟ ପୈଠ କରିଥିବାରୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀମହେଶ୍ୱର ସାହୁ, କୋରାପୁଟ ସଂସଦୀୟ କ୍ଷେତ୍ରର ପ୍ରମୁଖ ଦକୀୟ ନେତା ଶ୍ରୀ କାଳିରାମ ମାଝୀ, ଶ୍ରୀ ବସନ୍ତ କୁମାର ଉଲାକା, ଶ୍ରୀ ଜଗନ୍ନାଥ ନନ୍ଦ୍ରୁକାଙ୍କ ସମେତ ଦଳର ବହୁ ନେତୃବୃନ୍ଦ, କାର୍ଯ୍ୟକର୍ତ୍ତା ଏବଂ ହଜାର ହଜାର କୃଷକ ଭାଇ ଭଉଣୀଙ୍କ ଉପସ୍ଥିତିରେ ରୟାଗଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମରେ ଆୟୋଜିତ ଧନ୍ୟବାଦ ଜ୍ଞାପନ ସଭାରେ ଯୋଗ ଦେଇଥିଲେ। ସେଠାରୁ ସମ୍ବର୍ଦ୍ଧିତ ହୋଇ ଆୟୋଜଙ୍କୁ ସାଧୁବାଦ ଜଣାଇବା ସହ ଆସନ୍ତା ଖରିଫ୍‍ ଋତୁରେ ମୌସୁମୀ ବର୍ଷା କୃଷି ପାଇଁ ଅନୁକୂଳ ରହିବା ଏବଂ ଆମ ରାଜ୍ୟ କୃଷିକ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କରିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଦିବାସୀ ଭାଇଭଉଣୀମାନଙ୍କର ସାମୂହିକ ବିକାଶ ଓ ଉନ୍ନତି ନିମନ୍ତେ ମୋହନ ସରକାର ଶାସନ ବ୍ୟବସ୍ଥାରେ ବହୁ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି ବୋଲି କହିଥିଲେ। ଏବଂ ରାୟଗଡ଼ା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସ୍ଥାନୀୟ ଜନପ୍ରତିନିଧି, ସ୍ୱେଛାସେବୀ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ନୂତନ ରାସନ କାର୍ଡ ବଣ୍ଟନ ମେଳା କାର୍ଯ୍ୟକ୍ରମରେ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)