ସେନା ମୁଖ୍ୟଙ୍କୁ ଗୁରୁଦକ୍ଷିଣାରେ ପିଓକେ ମାଗିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ।

ଦିନେ ଯୌତୁକରେ ପାକିସ୍ତାନ ମାଗିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ଆଉ ଏବେ ଦକ୍ଷିଣାରେ ପିଓକେ ମାଗିଛନ୍ତି ରାମଭଦ୍ରାଚାର୍ଯ୍ୟ। ଭାରତ ପାକିସ୍ତାନ ଭିତରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବାବେଳେ, ସେନା ମୁଖ୍ୟଙ୍କୁ ଏମିତି କିଛି ଗୁରୁଦକ୍ଷିଣା ମାଗିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ। ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟପ୍ରଦେଶର ଚିତ୍ରକୂଟରେ ଥିବା ତୁଳସୀ ଆଶ୍ରମରେ ପହଞ୍ଚିଥିଲେ। ଯେଉଁଠି ସେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିବା ସହିତ ତାଙ୍କଠାରୁ ରାମ ମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ। ସେନା ମୁଖ୍ୟ ସେହି ଦୀକ୍ଷା ଗ୍ରହଣ କରିଥିଲେ, ଯେଉଁ ଦୀକ୍ଷାକୁ ନେଇ ହନୁମାନ ଲଙ୍କାରେ ବିଜୟ ହାସଲ କରିଥିଲେ।

ଆଉ ଯେତେବେଳେ ଭାରତ-ପାକିସ୍ତାନ ଭିତରେ ସ୍ଥିତି ଗରମ ରହିଛି। ସେହି ସମୟରେ ସେନା ମୁଖ୍ୟ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିବା, ଆଉ ତାଙ୍କଠାରୁ ରାମ ଦୀକ୍ଷା ନେବା ଚର୍ଚ୍ଚାର ବିଷୟ ପାଲଟିଛି। ରାମଭଦ୍ରାଚାର୍ଯ୍ୟଙ୍କଠାରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାମ ଦୀକ୍ଷା ନେବାପରେ, ଦକ୍ଷିଣାରେ ତାଙ୍କୁ ପିଓକେ ମାଗିଥିଲେ ରାମଭଦ୍ରାଚାର୍ଯ୍ୟ। ଆଉ ମିଡିଆକୁ କହିଥିଲେ, ସେନା ମୁଖ୍ୟଙ୍କୁ ରାମ ଦୀକ୍ଷା ଦେବା ପରେ, ସେ ଗୌରବ ଅନୁଭବ କରୁଛନ୍ତି। ହେଲେ ଦକ୍ଷିଣାରେ କିନ୍ତୁ ସେ ପିଓକେ ମାଗିଛନ୍ତି। ପାକିସ୍ତାନ ଯଦି ଆଗାମୀ ଦିନରେ, କିଛି ବି ଆତଙ୍କବାଦୀ କାର୍ଯ୍ୟକଳାପ କରେ, ତେବେ ତାକୁ ପାନେ ଦେବା ପାଇଁ ସେନା ମୁଖ୍ୟଙ୍କୁ ସେ ରାମ ଦୀକ୍ଷା ମନ୍ତ୍ର ଦେଇଛନ୍ତି ବୋଲି ରାମଭଦ୍ରାଚାର୍ଯ୍ୟ କହିଥିଲେ। ତେବେ ଏହି ଖବର, ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥାକୁ ମନେ ପକାଇ ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)