ସୁନା ଦରରେ ବଡ଼ ହ୍ରାସ, ଦିନକରେ ଖସିଲା ୪.୧%

ଅକ୍ଷର ବ୍ୟୁରୋ: ସୁନା ଓ ରୂପା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର । ପୁଣି ଖସିଲା ସୁନା ଦର । ଦିନକରେ ପ୍ରାୟ ୪.୧ ପ୍ରତିଶତ ହ୍ରାସ ପାଇଛି ସୁନା ମୂଲ୍ୟ । ଏବେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୩୬ ହଜାର ୮୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧୦ ଗ୍ରାମ ପିଛା ୧ ଲକ୍ଷ ୨୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି । କେବଳ ସୁନା ନୁହେଁ, ରୂପା ଦରରେ ମଧ୍ୟ ପ୍ରାୟ ୫ ପ୍ରତିଶତ ହ୍ରାସ ଘଟିଛି । ରୂପା କିଲୋଗ୍ରାମ ପିଛା ୧ ଲକ୍ଷ ୭୬ ହଜାର ଟଙ୍କାକୁ ଖସିଆସିଛି । ଗତ କିଛି ମାସ ମଧ୍ୟରେ ରୂପା ଦର ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା କୁହାଯାଉଛି ।

ସୂଚନା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଆମେରିକୀୟ ଡଲାର ମଜଭୁତ ହେବା ସହ ଆମେରିକାର ଫେଡେରାଲ ରିଜର୍ଭ ସୁଧହାରକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଯୋଗୁଁ ସୁନା ଓ ରୂପା ଦର ଉପରେ ଚାପ ପଡ଼ିଛି । ଏହାର ପ୍ରଭାବରେ ନିବେଶକମାନେ ସୁନା ଓ ରୂପା ବିକ୍ରି କରିବା ଆରମ୍ଭ କରିଛନ୍ତି । ଫଳରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ପାଇବା ସହ ଘରୋଇ ବଜାରରେ ମଧ୍ୟ ଦର ଖସିଛି । ଲଗାତାର ଦର ହ୍ରାସ ଯୋଗୁଁ ସୁନା ଓ ରୂପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ତେବେ ଦରରେ ଏହି ହ୍ରାସ ଆଗକୁ ଜାରି ରହିବ କି ନାହିଁ, ତାହା ଅନ୍ତର୍ଜାତୀୟ ବଜାରର ଗତିବିଧି ଏବଂ ଆମେରିକାର ମୁଦ୍ରାନୀତି ଉପରେ ନିର୍ଭର କରିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial