ଅକ୍ଷର ବ୍ୟୁରୋ : ଆଜି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ରେ ସାଇକେଲ ର ବ୍ୟବହାର ଅଧିକ ହୋଇଥାଏ ।ଏହାର ସୁଯୋଗ ନେଇ ବଡ ବଡ ବ୍ରାଣ୍ଡ କମ୍ପାନୀ ଟାୟାର ଓ ଟିୟୁ ବାହାର କରିଥାନ୍ତି କିନ୍ତୁ କିଛି ନକଲି ବ୍ୟବସାୟୀ ଏହି ବ୍ରାଣ୍ଡକୁ ବ୍ୟବହାର କରି ଅସାଧୁ ଉପାୟରେ ନକଲି ଜିନିଷ ବଜାରକୁ ଛାଡନ୍ତି ଯାହା ସାଧାରଣ ଲୋକଟିକୁ ହ ଇରାଣ ରେ ପକାଇଥାଏ।କଟକ ଜଗତପୁର ଅଞ୍ଚଳରେ କ୍ଷୀର ,ସକ୍ସ,ସିମେଣ୍ଟ ଭଳି ଜିନିଷ ନକଲି କମ୍ପାନୀ ଠାବ ହୋଇଥିଲା ବେଳେ ଆଜି ଏକ ନକଲି ଟାୟାର ଓ ଟିୟୁ କମ୍ପାନୀ ଉପରେ ଜଗତପୁର ପୋଲିସ ଚଢାଉ କରି ବହୁ ନକଲି ଟାୟାର ଓ ଟିୟୁ ଜବତ କରିଛି।ହିନ୍ଦୁସ୍ତାନ ବ୍ରାଣ୍ଡ କୁ ନେଇ ଏହି ନକଲି ବ୍ୟବସାୟୀ ଉତ୍କଳ ଡିଷ୍ଟ୍ରିବିୟୁଟର କମ୍ପାନୀ ନାମରେ ବ୍ୟବସାୟ ଚଳାଉଥିଲେ।ହିନ୍ଦୁସ୍ତାନ ଟାୟାର କମ୍ପାନୀ ର ଅଭିଯୋଗ ପରେ ଜଗତପୁର ପୋଲିସ ଚଢାଉକରି କମ୍ପାନୀ କୁ ସିଲ କରିବା ସହିତ ବହୁ ଟାୟାର ଓ ଟିୟୁ ଜବତ କରିଛି ଓ କମ୍ପାନୀ ର ମାଲିକ କୁ ପୋଲିସ ଥାନାକୁ ଆଣି ପଚରାଉଚରା ଚଳାଇଛି ।ପୋଲିସ ଘଟଣା ର ତଦନ୍ତ ଚଳାଇଛନ୍ତି ।
ଜଗତପୁର ଅଞ୍ଚଳର ଏକ ନକଲି ଟାୟାର ଗୋଦାମ ଉପରେ ପୋଲିସର ଚଢାଉ













Leave a Reply