ଢେଙ୍କାନାଳ : ଅବସର ପ୍ରାପ୍ତ ମୂର୍ତ୍ତୀକା ସଂରକ୍ଷଣ କର୍ମଚାରୀ ସଂଘ ର ଦ୍ଵାଦଶ ବର୍ଷ ସାଧାରଣ ସ୍ଥାନୀୟ ଗୁଡିଆନାଳି ସ୍ଥିତ ସଂଘ ର ସ୍ତାୟୀ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଙ୍ଘ ର ସ୍ଥାୟୀ ସଭାପତି ଅନ୍ତଯ୍ୟାମୀ ବେହେରା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ଉତ୍ତମ କୁମାର ପାତ୍ର ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରକଳ୍ପ ରାମ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। ସଙ୍ଘର ନୂତନ ସଭାପତି ଜର୍ଜିଆ ଭାବେ ରମେଶ ଚନ୍ଦ୍ର ଦେହୁରୀ ଙ୍କୁ ସମ୍ପାଦକ ଭାବରେ ଅନ୍ତଯ୍ୟାମୀ ବେହେରା, ସହ ସମ୍ପାଦକ ଭାବରେ ସୁରେଶ ଚନ୍ଦ୍ର ସାହୁ, ଉପସଭାପତି ହେମନ୍ତ କୁମାର ପଟ୍ଟନାୟକ ଓ କୋଷା ଧକ୍ଷ ପ୍ରମୋଦ କୁମାର ଦାଶ କୁ ନିର୍ବାଚିତ କରାଯାଉଥିଲା। ବିନୋଦ କୁମାର ମିଶ୍ର ମଞ୍ଚ ପରିଚାଳନ କରିଥିଲେ ଓ ଅୟ ବ୍ୟୟ ହିସାବ ପ୍ରଦାନ କରିଥିଲେ। କେତେକ ଦାବୀ ସରକାରଙ୍କ ନିକଟରେ କରିବା ପାଇଁ ଆଲୋଚନା ହୋଇଥଲା। ସମସ୍ତ ଅବସର ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଚିକିତ୍ସା ଭତ୍ତା ଓ ବି ଏସ କେ ୱାୟୀ କାର୍ଡ ପ୍ରଦାନ ସମ୍ବଦୀୟ । ଆଲୋଚନା ହୋଇଥିଲା ଏଥିର ୫୧ ଜଣ ସଦସ୍ୟ ଯୋଗ ଦେଇଥିଲେ। ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାଭଙ୍ଗ କରାଯାଇଥିଲ।
ଅବସର ପ୍ରାପ୍ତ ମୂର୍ତ୍ତୀକା ସଂରକ୍ଷଣ କର୍ମଚାରୀ ସଂଘର ଦ୍ଵାଦଶ ବର୍ଷ ସାଧାରଣ ସ୍ଥାନୀୟ ଗୁଡିଆନାଳି ସ୍ଥିତ ସଂଘର ସ୍ତାୟୀ ସଭାଗୃହ ଠାରେ ଅନୁଷ୍ଠିତ















Leave a Reply