ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ।

ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ । ଭଦ୍ରକ ବ୍ଲକ୍‌ ଓ ମ୍ୟୁନିସପାଲିଟି, ଧାମନଗର ବ୍ଲକ୍‌ ଓ NAC ପାଇଁ କଟକଣା । ତିହିଡ଼ି ବ୍ଲକ୍‌ରେ ମଧ୍ୟ ଇଣ୍ଟରନେଟ୍‌ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି । ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ । କାଲି ୨୪ ଘଣ୍ଟା ପାଇଁ ଭଦ୍ରକର ୫ଟି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଥିଲା । ୧୨ ତାରିଖ ସକାଳ ୬ଟାରୁ ୧୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା ଇଣ୍ଟରନେଟ ସେବା ।ତେବେ ଆଜି ପୁଣି ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିହିଡ଼ି କଷଟିରେ ଦୁଇ ଗୋଷ୍ଠୀ ବିବାଦରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)