ଜୁନ୍ ୨୦ରେ ଓଡ଼ିଶା ଗସ୍ତରେ ଆସି ‘ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି ।

ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଜୁନ୍ ୨୦ରେ ଦିନ ୩ଟା ୪୦ରେ ଭୁବନେଶ୍ୱରରେ ପହଞ୍ଚିବେ ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ । ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ କାର୍ଯ୍ୟକ୍ରମରେ ହେବେ ସାମିଲ । ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ରୋଡ୍ ସୋ’ରେ ଯିବେ ମୋଦି । ଅପରାହ୍ମ ସାଢେ ୫ଟା ଯାଏଁ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେ । ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି । ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଫଳ ହେବା ସଙ୍ଗେ ସଙ୍ଗେ ମୋଦିଙ୍କ ଗସ୍ତର ସଫଳ ପ୍ରଭାବ କିପରି ରହିବ ତାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅପରେଶନ ସିନ୍ଦୂରର ସଫଳତା ପରେ ବିମାବନ୍ଦରଠାରୁ ପ୍ରଥମେ ତ୍ରିରଙ୍ଗାଯାତ୍ରା ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)