ନବରଙ୍ଗପୁର ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ନବରଙ୍ଗପୁର: ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପକ୍ଷରୁ ସ୍ମାର୍ଟ୍ ଶ୍ରେଣୀ ଗୃହରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଡି. ଗୋବିନ୍ଦା ରାଓ ଙ୍କ ସଭାପତିତ୍ବରେ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଶ୍ରୀମତି ସଙ୍ଗୀତା ତ୍ରିପାଠୀ, ଯୁବ ରେଡକ୍ରସ ର ଜିଲ୍ଲା ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ହୋତାଙ୍କ ଆତିଥ୍ୟ ରେ ଏହି ଉତ୍ସବ ପାଳନ କରାଯାଇଥିଲା । ଅଧ୍ୟକ୍ଷ ସ୍ୱାଗତ ଅଭିଭାଷଣ ଦେଇ ଯୁବ ଦିବସର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ଦିବସ ପାଳନ ପୂର୍ବକ ପ୍ରତିଯୋଗିତା ଗୁଡ଼ିକରେ ବହୁଳ ଭାବରେ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କଲେ ସେମାନଙ୍କର ଜ୍ଞାନ ବୃଦ୍ଧି ହେବାସହ ବୌଦ୍ଧିକ ବିକାଶ ରେ ସହାୟକ ହେବ ବୋଲି ଅଧ୍ୟକ୍ଷ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତ୍ତା ବିବେକାନନ୍ଦଙ୍କ ଜୀବନୀ ଓ ତାଙ୍କର ନୀତି ଆଦର୍ଶକୁ ଅନୁସରଣ କରି ଯୁବପିଢି ଦେଶ ମାତୃକାର ସେବା କରିବା ପାଇଁ ଆହ୍ବାନ ଦେଇଥିଲେ । ସେହିପରି ଜିଲ୍ଲା ରେଡକ୍ରସ୍ ଆବାହକ ଶ୍ରୀ ଦିଲୀପ କୁମାର ହୋତା ସ୍ଵାମୀ ବିବେକାନନ୍ଦଙ୍କ ବ୍ୟକ୍ତିତ୍ଵ ଓ ସମାଜ ପ୍ରତି ଥିବା ଅବଦାନ ସଂପର୍କରେ କହିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ସ୍ବାମୀ ବିବେକାନନ୍ଦ ଓ ଯୁବ ସମାଜ” ଉପରେ ପ୍ରବନ୍ଧ ରଚନା, ଚିତ୍ର କଳା ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଅଶ୍ଵିନୀ ବେହେରା, ଅଧ୍ୟାପିକା ନିର୍ମଳା ହୀକକା, ଅଧ୍ୟାପିକା ରଜନୀ ମିଞ୍ଜ ଓ ରାଜନୀତି ବିଜ୍ଞାନ ଅଧ୍ୟାପକ ହରିଶ୍ ଚନ୍ଦ୍ର ଶବର ବିଚାରକ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶମ୍ଭୁ ପ୍ରାସାଦ ହୋତା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଛାତ୍ର ଛାତ୍ରୀ ସ୍ୱାମୀଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ବିକଶିତ ଭାରତ ତଥା ସଶକ୍ତ ଓଡ଼ିଶା ଗଠନରେ ସହାୟକ ହୁଅନ୍ତୁ ବୋଲି ବକ୍ତା ମାନେ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)