AI ନଜରରେ ରହିଛି ପୁରୀ, ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟ ।

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିସାରିଲେନି ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ । ଏପଟେ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । କଡ଼ା ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । AI ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ AI କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ । ପୁରୀ-କୋଣାର୍କ ରୋଡରେ କଡ଼ା ସୁରକ୍ଷା । ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ । ନିୟୋଜିତ ଅଛନ୍ତି ବମ୍ ଡିସ୍ପୋଜାଲ୍ ସ୍କ୍ୱାଡ୍ । ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ । ସ୍ପେଶାଲ ଟାକଟିକାଲ୍ ୟୁନିଟ ଭଳି ସୁରକ୍ଷା । ୨୦୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୁଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି ।

ବିଶ୍ବପ୍ରସିଦ୍ଧ ରଥଯାତ୍ରା କେମିତି ହେବ ଭକ୍ତଙ୍କ ପାଇଁ ସୁଗମ । ସେଥିପାଇଁ ଜୀ-ଜାନ୍ ଲଗାଇଛନ୍ତି ସରକାର । ଟ୍ରାଫିକ ପରିଚାଳନାରୁ ପାର୍କିଂ, ସ୍ବାସ୍ଥ୍ୟସେବାରୁ ସିକ୍ୟୁରିଟି ଯାଏଁ ସବୁ କ୍ଷେତ୍ରରେ ହୋଇଛି ନୂଆ ବ୍ୟବସ୍ଥା । ପ୍ରଥମ ଥର ପୁରୀରେ ସ୍ଥାପନ ହୋଇଛି ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର । ଯେଉଁଠି ୨୭୫ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଚିତ୍ରର ଚାଲିଛି ମନିଟରିଂ। ତାସହ ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍ ପାଇଁ ପ୍ରସ୍ତୁତ ହୋଇଛି ସ୍ପେଶାଲ୍ କ୍ୟୁଆର କୋଡ୍। ଯାହାକୁ ସ୍କାନ କଲେ ସୁବିଧାରେ ବଡ଼ଦାଣ୍ଡରେ ପହଞ୍ଚି ପାରିବ ଜଣେ ସାଧାରଣ ଭକ୍ତ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)