ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ 15ତାରିଖ ରେ ପାଲିଙ୍କି ଶୋଭାଯାତ୍ରା ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି. ଶିରିଡି ର ଖଣ୍ଡବା ମନ୍ଦିର ରେ ଶିରିଡି ସଂସ୍ଥାନ ର ପୂଜାରୀ ଓ ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ବାବା ଙ୍କର ପୂଜାଚର୍ଣ୍ଣା ସାରିବା ପରେ ଏହି ଶୋଭାଯାତ୍ରା ଶିରିଡି ର ମୁଖ୍ୟ ରାସ୍ତା ଦେଇ ଶିରିଡି ଗ୍ରାମ ପରିକ୍ରମା କରି ସଂସ୍ଥାନ ର ସପ୍ତାଧି ମଣ୍ଡପ ରେ ପଂହଁଚି ଥିଲା ଉପସ୍ଥିତ ଥିବା ହଜାର ହଜାର ଭକ୍ତ ଙ୍କୁ ପ୍ରସାଦ ବିତରଣ କରାଯାଇଥିଲା ଏଥିରେ ଢେଙ୍କାନାଳ ଅନୁଗୁଳ କଟକ ପୁରୀ ଭୁବନେଶ୍ୱର ଭଦ୍ରକ ବାଲେଶ୍ୱର ଓ ରାଉରକେଲା ରୁ ବହୁ ଭକ୍ତ ଯୋଗଦାନ ଦେଇଥିଲେ. ଏହି ପାଲିଙ୍କି ଯାତ୍ରା ରେ ମୁଖ୍ୟ ଆକର୍ଷଣ ଥିଲା ମହାରାଷ୍ଟ୍ର ର ତୁରୀ ଓ ଚାଙ୍ଗୁଡ଼ି ବାଜା. ସାଇ ବାବା ଙ୍କର ଜୟ ଜୟ କାର ଧ୍ବନି ରେ ଶିରିଡି ମାଟି ପ୍ରକମ୍ପିତ ହୋଇଥିଲା. ସନ୍ଧ୍ୟା ରେ ସଂସ୍ଥାନ ର ସପ୍ତାଧି ମଣ୍ଡପ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା. ସମସ୍ତ କାର୍ଯ୍ୟ କୁ ଅମରେନ୍ଦ୍ର ଖୁଣ୍ଟିଆ ଅଜୟ ସାହୁ ସୁବାସ ଦାସ ଗୀତାଞ୍ଜଳି ମହାପାତ୍ର ଶାନ୍ତିଲତା ବେହେରା ଶକୁନ୍ତଳା ସାହୁ ସନ୍ତୋଷୀ ମାଝି ପ୍ରମୁଖ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)