ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟନନ୍ଦ ଗଣ୍ଡଙ୍କ ଦ୍ୱାରା 80 ବର୍ଷରୁ ଉର୍ଦ୍ଧ 30 ଜଣ ମହିଳା ଓ ପୁରୁଷଙ୍କୁ ମାସିକ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ଉମରକୋଟ : ନବରରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟନନ୍ଦ ଗଣ୍ଡଙ୍କ ଦ୍ୱାରା 80 ବର୍ଷରୁ ଉର୍ଦ୍ଧ 30 ଜଣ ମହିଳା ଓ ପୁରୁଷଙ୍କୁ ମାସିକ ବାର୍ଦ୍ଧକ୍ୟ ଭତ୍ତା 3500 ବଣ୍ଟନ କରାଗଲା l ରାଜ୍ୟ ସରକାର ନିର୍ବାଚ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତ୍ତି ଆଜି ପାଳନ କରିଛନ୍ତି l ଆଗାମୀ ଦିନରେ 80 ବର୍ଷରୁ ଉର୍ଦ୍ଧ ଥିବା ସମସ୍ତ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯିବ l ଆଗାମୀ ଦିନରେ ବୟସ୍କଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ଯୋଜନା ରାଜ୍ୟ ବିଜେପି ସରକାର ଆଣିବାକୁ ଯାଉଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଅଭିଭାଷଣରେ କହିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ଶିକ୍ଷା ମନ୍ତ୍ରୀଙ୍କ ସହ ଉମରକୋଟ ବ୍ଲକ ଅଧକ୍ଷା , ସମିତିସଭ୍ୟ, ସରପଞ୍ଚ, ବିଡ଼ିଓଙ୍କ ସମେତ ସମସ୍ତ ବିଜେପିର କାର୍ଯ୍ୟକ୍ରତା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)