ଆସନ୍ତାକାଲି କଂଗ୍ରେସ କର୍ମୀଙ୍କ ଓଡ଼ିଶା ବନ୍ଦ ଡାକରା; ହିଂସା ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କହିଲେ ପୁଲିସ କମିସନର

ଆସନ୍ତାକାଲି କଂଗ୍ରେସ କର୍ମୀଙ୍କ ଓଡ଼ିଶା ବନ୍ଦ ଡାକରା। FM କଲେଜ ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ଉଠୁଛି ପଡୁଛି ରାଜନୀତି। ପିଡୀତା ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ସେପଟେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସମୟରେ ସେମାନଙ୍କ ଉପରେ ପୂରା ନଜର ରଖିବ ପୋଲିସ। ଏଥିପାଇଁ ପୋଲିସ ଫୋର୍ସ ଅଧିକ ମୁତୟନ ହେବେ। ଡ୍ରୋନ୍ ଓ AI କ୍ୟାମେରାରେ ନଜର ରଖାଯିବ। ସବୁ ଛକ, ଅଫିସରେ ପୋଲିସ ମୁତୟନ ହେବେ। ହିଂସା ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୁରେଶ ଦେବଦତ୍ତ। ରାଜଧାନୀ ଭୁବନେଶ୍ୱର ଓ କଟକର ବିଭିନ୍ନ ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୁଲିସ ମୁତୟନ ହେବେ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୁଲିସ ମୁତୟନ ହେବେ। ପୁଲିସ କମିସନର ଏସ୍‌ ଦେବଦତ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି, ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମନିଟର କରିବେ। ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ। କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)