ପ୍ରେସ୍ମିଟ୍ କରି ବିଜେଡି ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ସିଧା ପ୍ରଶ୍ନ କରିଛନ୍ତି ପୂର୍ବ ସରକାରଙ୍କୁ । ବିଜେଡ଼ି ସରକାର ଓଡିଶାକୁ 24 ବର୍ଷ ଶାସନ କରିଛି । ଯିଏ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ସେହି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ, ଯାହା ସବୁ ଘଟଣା ତାଙ୍କ ସରକାର ସମୟରେ ହୋଇଛି, ସମସ୍ତେ ଜାଣିଛନ୍ତି । ପୀଡ଼ିତାଙ୍କୁ ଭେଟିବା ପାଇଁ ଥରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଥିଲେ କି ? କଂଗ୍ରେସ ମଧ୍ୟ 40 ବର୍ଷ ସରକାରରେ ଥିଲା । ବହୁତ ସଂଖ୍ୟାରେ ମହିଳା ମାନଙ୍କ ସହ ଅଘଟଣ ହୋଇଛି । କେବେ ବି ରାଷ୍ଟ୍ରପତି ଆସିଥିଲେ କି ? ବିଜେଡ଼ି ଓ କଂଗ୍ରେସ ଏବଂ ଦିଲ୍ଲୀରୁ ଆସିଥିବା କଂଗ୍ରେସ ନେତାମାନେ ବାତାବରଣକୁ ଅଶାନ୍ତ କରୁଛନ୍ତି ।
ବିଜେଡ଼ି 24 ବର୍ଷ ସରକାର ଭିତରେ ଜଣେ ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ 40 ବର୍ଷ ସରକାରରେ ଥିଲା । ଏଭଳି ସମୟରେ ବିରୋଧୀଙ୍କ ବ୍ୟବହାରକୁ ଲୋକ ନିନ୍ଦା କରୁଛନ୍ତି । ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡୁଛନ୍ତି । ବିଜେଡ଼ି ଏବଂ କଂଗ୍ରେସ ଯଦି ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିଥାନ୍ତେ, ତେବେ କେବେ ବି ଏଭଳି ଘଟଣା ଘଟିନଥାନ୍ତା । ନାଁ ନ ନେଇ ଅଳକା ଲାମ୍ବାଙ୍କୁ ଟାର୍ଗେଟ କଲେ ଅପରାଜିତା । ଜଣେ ମହିଳା ନେତ୍ରୀ ବାତାବରଣକୁ ଅଶାନ୍ତ କରିବା ପାଇଁ ଦିଲ୍ଲୀରୁ ଆସିଲେ । ମହିଳା ସୁରକ୍ଷା ଉପରେ କହିବା ପାଇଁ କଂଗ୍ରେସ ଏବଂ ବିଜେଡ଼ିର ନୈତିକ ଅଧିକାର ନାହିଁ ବୋଲି କହିଲେ ଅପରାଜିତା ଷଡ଼ଙ୍ଗୀ ।











Leave a Reply