ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରେସମିଟ୍ । ପିସିସି ସଭାପତି ଭକ୍ତ ଦାସ ଓ ବିଜେଡି ବିଧାୟକ ଗୌତମବୁଦ୍ଧ ଦାଶ ଦେଇଥିବା ମନ୍ତବ୍ୟକୁ ପ୍ରତାପ ଷଡ଼ଙ୍ଗୀ କଡ଼ା ଜବାବ ଦେଇଛନ୍ତି । ପୀଡ଼ିତାଙ୍କ ଏତଲା ନରଖିବାକୁ ମୁଁ ପୋଲିସକୁ ମନା କରିଥିବା ଅଭିଯୋଗ ଭିତ୍ତିହୀନ । ପୀଡ଼ିତା ଆଦୌ ଏତଲା ଦେଇନାହାନ୍ତି । ଛାତ୍ରୀଙ୍କ ଅଭିଯୋଗ ପରେ ପ୍ରିନ୍ସପାଲ୍ଙ୍କ ସହ ତତ୍କାଳ କଥା ହୋଇଥିଲି । ୭ ଦିନ ଭିତରେ ରିପୋର୍ଟ ଆସିବ କହିଥିଲେ ପ୍ରିନ୍ସପାଲ୍ । ଘଟଣାରେ ଏସ୍ପିଙ୍କ ସହ ଏକାଧିକ ବାର କଥା ହୋଇଥିଲି । ପୁଣି ଅନୁସନ୍ଧାନ କରି ଛାତ୍ରୀଙ୍କୁ ଏତଲା ଦେବାକୁ କହିଥିଲି । ଛାତ୍ରୀ ଜଣକ ପୋଲିସରେ ଏତଲା ଦେଇନଥିଲେ । ତାସହ ଆଇସିସି କମିଟି ଯେଉଁ ରିପୋର୍ଟ ଦେଇଛି ତାହା ମିଥ୍ୟା ଉପରେ ଆଧାରିତ, କାରଣ ମୋ ପାଖରେ ଓ ଏସପିଙ୍କ ପାଖରେ ଥିବା ରିପୋର୍ଟ ସହ ଏବେକାର ରିପୋର୍ଟ ଆଦୌ ମେଳ ଖାଉନାହିଁ । ତେଣୁ ମୁଁ ଚାପ ଦେଉଥିବା କଥା ବିରୋଧୀ ପ୍ରମାଣିତ କରନ୍ତୁ । ମୋ ନାଁରେ FIR କରନ୍ତୁ, CBI ତଦନ୍ତ କରାନ୍ତୁ । ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
ମୋ ନାଁରେ କରିଥିବା ଅଭିଯୋଗ ପ୍ରମାଣିତ ହେଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ସାଂସଦ ପ୍ରତାପ ଷଡ଼ଙ୍ଗୀ ।












Leave a Reply