ଆଜି ସମ୍ବଲପୁରୀ ଦିବସ । ନୂଆ ପୋଷାକ ପିନ୍ଧି, ନାଚି ଗାଇ ଉତ୍ସବ ପାଳନ କରିବେ ପଶ୍ଚିବ ଓଡ଼ିଶାବାସୀ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପ୍ରତିବର୍ଷ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଆଜିର ଦିନରେ ସମ୍ବଲପୁରୀ ପୋଷାକ ସହ ଜମିବ ନାଚ ଗୀତର ଆସର । ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହେବେ ସାରା ପଶ୍ଚିମ ଓଡ଼ିଶାବାସୀ । ଦୀର୍ଘବର୍ଷ ଧରି ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରିଆସୁଛନ୍ତି । ସମ୍ବଲପୁରୀ ଭାଷାର ସଂସ୍କୃତିର ପ୍ରଚାର ହିଁ ଏହି ଦିବସର ଏକମାତ୍ର ଲକ୍ଷ୍ୟ ।
ଆଜି ହେଉଛି ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ୧୦୮ ତମ ଜନ୍ମ ଦିବସ । ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧କୁ ‘ସମ୍ବଲପୁରୀ ଦିନ୍’ ଭାବେ ପାଳନ କରାଯାଉଛି । ନାଚ, ଗୀତ, ପାରମ୍ପରିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ତା ସାଙ୍ଗକୁ ସ୍ୱାଦିଷ୍ଟ ଖାଦ୍ୟପେୟରେ ମସଗୁଲ ହୋଇଥିଲେ ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ପାଳନ ହୋଇଛି ସମ୍ବଲପୁରୀ ଦିନ୍ ।












Leave a Reply