ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ; ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି କରୁଛନ୍ତି ଆଲୋଚନା । ରାଜ୍ୟର ବିଭିନ୍ନ ସ୍ଥାନରୁ ୧ହଜାର ଲୋକ କରିଛନ୍ତି ପଞ୍ଜୀକରଣ । ନିଜ ନିଜର ସମସ୍ୟାକୁ ନେଇ ବିଭିନ୍ନ ଜିଲ୍ଲାରୁ ଲୋକ ଆସି ରାଜଧାନୀରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିଛନ୍ତି ।

ରାଜ୍ୟରେ ନୂଆ ସରକାର ଆସିବା ପରଠୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଅନ ଦି ସ୍ପଟ୍ ସମସ୍ୟାର ସମାଧାନ କରୁଛନ୍ତି । ଗୁରୁତର ରୋଗୀ ଯେଉଁମାନେ ଦାରିଦ୍ର୍ୟ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଯେଉଁମାନଙ୍କର ଚାକିରି କ୍ଷେତ୍ରରେ କିମ୍ବା ପେନସନ୍ ପାଇବାରେ ବିଳମ୍ବ ହେଉଛି, ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯାଉଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)