ସବୁ ଅଫିସରେ ଲାଗିବ AI କ୍ୟାମେରା, ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ।

ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ତାଗିଦ। ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି। ସବୁ ଅଫିସରେ AI କ୍ୟାମେରା ଲଗାଇବା, ନିର୍ଦ୍ଧାରିତ ସମୟରେ ଅଫିସ ଆସିବା, ଭଲ ପଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବା ଆଦି ୧୦ଟି ଦିଗ ଉପରେ ଫୋକସ କରିବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ତଥ୍ୟଗୁଡିକ ହେଉଛି: 

୧- ସବୁ ଅଫିସରେ ଲାଗିବ AI କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଯିବ ।

୨- ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ ଆସିବା ଉପରେ ଗୁରୁତ୍ୱ । ଏଥିପାଇଁ ନୂଆ ମେକାନିଜମ ବିକଶିତ କରାଯିବା ନେଇ ସୂଚନା ।

୩- ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦେଶ। ନିୟମିତ ଭାବେକାର୍ଯ୍ୟର ସମୀକ୍ଷା କରି  ପ୍ରଦର୍ଶନରେ ସୁଧାର ଆଣିବା
     ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଦେବାକୁ ନିର୍ଦ୍ଦେଶ ।

୪- ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା UI ନୋଟ ଉପର ତୁରନ୍ତ ଉତ୍ତର ଦେବା ।

୫- ଦୁର୍ନୀତିର ମୂଳ କାରଣ ଖୋଜିବା ସହ ଏ ଦିଗରେ ପଦକ୍ଷେପ ନେବା ଲୋକଙ୍କ ସେବାରେ କାହିଁକି ବିଳମ୍ବ ହେଉଛି ତାହାକୁ ଅନୁଧ୍ୟାନ କରାଯିବ ।

୬- ଅକ୍ଟୋବର ରୁଆରମ୍ଭ ହେବ CM ଡାସ ବୋର୍ଡ ।

୭- କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ  

୮- ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ 

୯- ଅଫିସରଙ୍କୁ କ୍ଷେତ୍ର ପରିଦର୍ଶନ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

୧୦-ଜବରଦଖଲ ଉଚ୍ଛେଦ ଉପରେ ସରକାରଙ୍କ ଗୁରୁତ୍ଵ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)