ବୁର୍ଲା ଭୀମସାର୍ ମେଡିକାଲ ଛାତରୁ ଡେଇଁ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ପ୍ରଥମେ ନିଜ ବେକ କାଟିଲେ ପରେ ପୁଣି ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁର୍ଲା ଭୀମସାର୍ ରେ। ଭୀମ୍‌ସାର ଛାତରୁ ଡେଇଁ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ବିଜେପୁର ଭାଟିଗାଓଁର ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲଟିରେ ଭର୍ତ୍ତି କରାଯାଇଛି।

ଗତକାଲି ଯୁବକ ଜଣକ କୌଣସି କାରଣରୁ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଆଜି ସକାଳୁ ତାଙ୍କୁ ଭୀମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କୁ ଇଏନ୍‌ଟିରେ ଭର୍ତ୍ତି କରାଯାଇଥିଲା। ପରେ ସର୍ଜରୀ ଓ୍ବାର୍ଡକୁ ପଠାଯାଇଥିଲା। ହେଲେ ଏକାକୀର ସୁଯୋଗ ନେଇ ସେ ମେଡିକାଲର ପ୍ରଥମ ମହଲାରୁ ଡେଇଁ ପଡିଥିଲେ। ତେବେ କଣ ପାଇଁ ସେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)