ଆଖିବୁଜିଲେ ଜୀବନ ହାରିବାକୁ ଉଦ୍ୟମ କରିଥିବା ଯୁବକ । ଚିକିତ୍ସାଧୀନ ଅବସ୍ଥାରେ ଏମ୍ସରେ ଆଖିବୁଜିଲେ ରାଜଧାନୀ ଉପକଣ୍ଠ ବାଲିପାଟଣାରେ ପୋଡ଼ି ହୋଇଥିବା ଯୁବକ ଜ୍ୟୋତିରଞ୍ଜନ ମାଠିଆ । କାଲି ନିଆଁ ଲାଗି ପୁରା ଶରୀର ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମସ ସ୍ଥାନାନ୍ତର କରାଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ । ତାଙ୍କ ବାପା ମା ଏବଂ ଭାଇ ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଛନ୍ତି। ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ବାଲିପାଟଣା ପୋଲିସ ତଦନ୍ତ ଜାରି ରଖିଛି । ସାବତ ମାଆକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତକାଲି ବାପା ଏବଂ ଭାଇଙ୍କୁ ପୋଲିସ ଅଟକ ରଖିଥିଲା ।
ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ବାଲିପାଟଣା ଅଞ୍ଚଳର ଜଣେ ଯୁବକ ଜ୍ୟୋତି ରଞ୍ଜନ ମଠିଆ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଜ୍ୟୋତି ରଞ୍ଜନ ମଠିଆଙ୍କୁ ପୋଲିସ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେଠାରୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ବାଲିପାଟଣା ପୋଲିସର ତଦନ୍ତ ଜାରି ରହିଛି l












Leave a Reply