ରାଜ୍ୟରେ ସାରର ଅଭାବ ନାହିଁ କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ସାରର ଅଭାବ ନାହିଁ, କେଉଁଠି ଅସୁବିଧା ପାଇଁ ନ ପହଞ୍ଚି ଥାଇପାରେ । ନବୀନ ବାବୁ କେବଳ ଚିଠି ଲେଖନ୍ତି, ପୂର୍ବରୁ ଦିଦିଙ୍କୁ ବି ଚିଠି ଲେଖିଥିଲେ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଫଳ କଣ ହେଲା ସମସ୍ତେ ଜାଣିଛନ୍ତି ।
ସୂଚନା ଯୋଗ୍ୟ ଯେ, ସାରା ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାରୀ, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି । ଚାଷୀମାନଙ୍କର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହାର ପ୍ରତିକାର ନିମନ୍ତେ ସେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ଆବଶ୍ୟକୀୟ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଦାବୀ କରିଛନ୍ତି ।












Leave a Reply