ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ, ସବୁ ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ।

ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର । ଏଣିକି ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଏକାଧିକ ଅଯୋଗ୍ୟ ହିତାଧିକାରୀ । ଏନେଇ ସରକାରଙ୍କ ତରଫରୁ ଡାଟାବେସ୍ ପ୍ରସ୍ତୁତ କରାଯାଉଛି । ସୁଭଦ୍ରା ଯୋଜନା ପାଉଥିବା ଯେଉଁ ହିତାଧିକାରୀଙ୍କ ଚାରି ଚକିଆ ଯାନ ଥିବ, ସେମାନଙ୍କୁ ଆଉ ସୁଭଦ୍ରା ଟଙ୍କା ମିଳିବନି । ଏଥିପାଇଁ ବାହାନ ଡାଟାବେସରୁ ହିତାଧିକାରୀଙ୍କ ତଥ୍ୟ ଯାଞ୍ଚ କରାଯିବ । ଏହାସହ ମୃତ ହିତାଧିକାରୀଙ୍କୁ ମଧ୍ୟ ଖୋଜାଯିବ । ସେହିପରି ଯେଉଁ ସୁଭଦ୍ରା ହିତାଧିକାରୀଙ୍କର ୫ ଏକର ଜମି ଥିବ, ସେମାନଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରୁ ବାଦ୍ ଦିଆଯିବ । ବାହାନ ଡାଟାବେସ୍ ସହିତ ଜମିର ମାଲିକଙ୍କୁ ଚିହ୍ନଟ କରି, ଏହି ତାଲିକା ପ୍ରସ୍ତୁତ କରାଯିବ । ଏହାସହିତ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ମୃତ ସୁଭଦ୍ରା ହିତାଧିକାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି । ଏହାସହ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ଯାଞ୍ଚ କରିବାକୁ ଖାଦ୍ୟ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ମହିଳାମାନଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଦେଇସାରିଲେଣି । ଗତ ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ଦୁଇ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଦିଆଯାଇଥିଲା । ସେତେବେଳେ ପ୍ରାୟ ୨ ଲକ୍ଷ ହିତାଧିକାରୀ ବାଦ୍ ପଡ଼ିଥିଲେ । ତେଣୁ ଆଗକୁ ମଧ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଇ, ଯୋଗ୍ୟ ହିତାଧିକାରୀଙ୍କୁ କିପରି ସୁଭଦ୍ରା ଯୋଜନାରେ ସାମିଲ କରାଯିବ, ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)