ବାଣୀବିହାର କର୍ତ୍ତୃପକ୍ଷ ଅଣଛାତ୍ରଙ୍କୁ ହଟାଇ ୩ ନମ୍ବର ହଷ୍ଟେଲକୁ ସୋମବାର ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି । ହଷ୍ଟେଲର ମରାମତି ପରେ ଛାତ୍ରଙ୍କୁ ରୁମ୍ ଆଲ୍ଟମେଣ୍ଟ କରାଯିବ ବୋଲି ସୂଚନା ମିଳିଛି । ଏପରିକି ୨ ନମ୍ବର ହଷ୍ଟେଲର ୨୫ ରୁମ ଏବଂ ୧ ନମ୍ବର ହଷ୍ଟେଲର ୧୯ ରୁମ ସିଲ୍ କରାଯାଇଛି । ସେହିପରି ୧ ନମ୍ବର ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନକୁ ମଧ୍ୟ ସିଲ୍ କରାଯାଇଥିବା ଜଣାପଡିଛି । ଏଣିକି ପୋଲିସ ହଷ୍ଟେଲ ଜଗିବେ । ଆଇକାର୍ଡ ଦେଖାଇ ପିଲା ଭିତରକୁ ଯିବେ ବୋଲି ଜଣାପଡିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅଣଛାତ୍ରଙ୍କୁ ବିଦା କରିବା ପାଇଁ ଛାତ୍ରାବାସଗୁଡିକରେ ସୋମବାର କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଅଣଛାତ୍ରଙ୍କ କବଜାରେ ଥିବା ରୁମ୍ଗୁଡିକର ତାଲା ଭାଙ୍ଗି ସିଲ୍ କରାଯାଇଥିଲା । ଏନେଇ ୟୁନିଭର୍ସିଟି କ୍ୟାମ୍ପସ ଭିତରେ ଏକକାଳୀନ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ୫ଜଣ ACP, ୪ଜଣ IIC ଏବଂ ୧୩ SI ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା ।












Leave a Reply