ଉତ୍କଳ ବିଶ୍ଵବିଦ୍ୟାଳୟ ନୋଟିସ୍‌ର ପୁରିଲା କଣ୍ଟ; ହଷ୍ଟେଲ ପରେ ଖାଲି ହେଉଛି ସରକାରୀ ବାସଭବନ ।

ଉତ୍କଳ ବିଶ୍ଵବିଦ୍ୟାଳୟର ଷ୍ଟାଫ୍‌ କ୍ୱାର୍ଟର୍ସ ନୋଟିସ୍‌ର ପୁରିଲା କଣ୍ଟ । ଅବୈଧ ଭାବେ ବିଶ୍ଵବିଦ୍ୟାଳୟର ସରକାରୀ ବାସଭବନକୁ ଅକ୍ତିଆର କରିଥିବା ସମସ୍ତଙ୍କୁ ଗତକାଲି ସୁଦ୍ଧା କ୍ବାଟର୍ସ ଖାଲି କରିବାକୁ କୁହାଯାଇଥିଲା । ଆଉ ଆଜି ସକାଳୁ ଲୋକ କ୍ବାଟର୍ସ ଖାଲି କରୁଥିବା ଦେଖିବାକୁ ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟରେ ମୁତୟନ ହେଲେ ୪ ପ୍ଲାଟୁନ ପୋଲିସ ଫୋର୍ସ । ଗତକାଲି ସଂନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ଅକ୍ତିଆର ହୋଇଥିବା ଅବୈଧ ସରକାରୀ ବାସଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କୁଳପତି । ସେମାନଙ୍କ ମଧ୍ୟରୁ କିଛି ଏବେ ଖାଲି ହୋଇଥିବା ବେଳେ ଏବେ ଅନେକ ପୁଣି ଏହାକୁ ଅକ୍ତିଆର୍ କରି ରଖିଛନ୍ତି । ଏହାକୁ ଏବେ ହଟାଇବା ପାଇଁ ଏବେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ବାଣୀ ବିହାର କ୍ୟାମ୍ପସରେ ୬୧୦ କ୍ୱାର୍ଟର ରହିଛି । ୪୯୨ ଷ୍ଟାଫକୁ ଅନୁମତି ମିଳିଛି କ୍ୱାର୍ଟରରେ ରହିବା ପାଇଁ । ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି । ତା ଭିତରୁ ୪୯ କ୍ୱାର୍ଟରରେ ଲୋକ ଅନଧିକାର ଭାବେ ରହୁଥିଲେ । ତାଙ୍କୁ ଗତକାଲି ସଂନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଛାଡିବା ପାଇଁ ନୋଟିସ ଦିଆଯାଇଥିଲା । ଅନେକ କ୍ୱାର୍ଟର ଖାଲି କରିଥିବାବେଳେ ଅନେକ ଆଜି ଖାଲି କରୁଛନ୍ତି । ପୁଲିସ କ୍ୟାମ୍ପସରେ ପହଞ୍ଚି ଅପରେସନ ଆରମ୍ଭ କରିଛି । ଖୁବ୍ ଶୀଘ୍ର ସମସ୍ତ କ୍ୱାର୍ଟର କିଭଳି ଖାଲି ହେବ ତା ଉପରେ ନଜର ରଖିଛନ୍ତି ୪ ପ୍ଲାଟୁନ ପୁଲିସ୍ ଫୋର୍ସ ।     

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)