ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦୁଝର ଜିଲ୍ଲା ପୋଲିସ ବାବୁଙ୍କ ରୋମାଣ୍ଟିକ ଫଟୋ ଓ ଭିଡିଓ ।

କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ତେବେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ସେଠାକାର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲା ପୋଲିସ ବିଭାଗର ଜଣେ ପୋଲିସ ବାବୁଙ୍କ ଏକ ରୋମାଣ୍ଟିକ ଫଟୋ ଓ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଯାହା ଫଳରେ ଜିଲ୍ଲା ପୋଲିସର ମର୍ଯ୍ୟାଦହାନି ହୋଇଛି । ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଜଣାପଡିଛି ଯେ, ଫଟୋଟି ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ଥାନାରେ କାର୍ଯ୍ୟରତ ଥିବା ଏଏସଆଇ ସରୋଜ କୁମାର ସେଠୀଙ୍କର । ଭାଇରାଲ ଭିଡିଓ ଏବଂ ଫଟୋରୁ ଯାହା ଜଣା ପଡ଼ିଛି ପୋଲିସ ବାବୁଙ୍କ ସହ ଯିଏ ଅଛନ୍ତି ସେ ହେଉଛନ୍ତି ଯାତ୍ରାପାର୍ଟିର ଫେମସ ଆଇଟମ ଗାର୍ଲ ନିଶା ମହାରଣା । ଦୁଇଜଣଙ୍କର କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଶୃଙ୍ଖଳା ବିଭାଗରେ କାର୍ଯ୍ୟରତ ଵାବୁମାନେ ଯଦି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବେ, ତେବେ ସାଧାରଣ ଜନତା ତାଙ୍କଠୁ କ’ଣ ଶିଖିବେ ଏବଂ ଜନତାଙ୍କୁ ସୁରକ୍ଷା ଦେଵ କିଏ ? ଅପେକ୍ଷା ରହିଲା ଏଭଳି ବିଶୃଙ୍ଖଳିତ ଭ୍ରଷ୍ଟ ପୋଲିସ ବାବୁଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି !

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)