ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ ବୋଲି ଚେତାଇ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ ।

ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ପିଇବା ଯୋଗ୍ୟ ନୁହେଁ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି, ଉପୁଜିପାରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି । ମାନେଶ୍ଵର ଓ ବରାଇପାଲି ବିଶୋଧନାଗାରରୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ୧୩ ତାରିଖରେ ୱାଟକୋକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ । ଯଦି ଏହି ଜଳଯୋଗାଣ ଜାରି ରୁହେ ତେବେ ଆଗାମୀ ଦିନରେ ସମ୍ବଲପୁର ସହରରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଚେତାଇ ଦେଇଛି ଜନସ୍ବାସ୍ଥ୍ୟ ବିଭାଗର ।  

ଏଭଳି ଦୂଷିତ ପାଣି ବ୍ୟବହାର କଲେ ଡାଏରିଆ ସହ ଚର୍ମ ରୋଗର ଆଶଙ୍କା ରହିଛି । ସହର ଭିତରେ କେଉଁଠି ଡ୍ରେନ ଭିତରେ ପାଇପ ଲାଇନ ଯାଇଛି ତ ଆଉ କେଉଁଠି ପାଇପ୍ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟକକୁ ଚେତାବନୀ ସ୍ବରୁପ ଏହି ଚିଠି ଲେଖାଯାଇଥିବା ବେଳେ ଆତଙ୍କିତ ଅବସ୍ଥାରେ ସହରବାସୀ । ଗୋପାଳ ମାଲ ଓ ଦାନପାଲି ଅଞ୍ଚଳରେ ୩ଜଣଙ୍କୁ ଜଣ୍ଡିସ ହୋଇଥିବା ବେଳେ ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଜନସ୍ବାସ୍ଥ୍ୟ ବିଭାଗ ମିଛ କହୁଛି ବୋଲି କହିଛନ୍ତି ୱାଟକୋ ଜେନେରାଲ ମ୍ୟାନେଜର ବ୍ରହ୍ମେଶ୍ବର ଦାସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)