ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ଦେବାଶିଷ କହିଲେ, ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି; ଏପଟେ ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ରାଜ୍ୟସଭା ସାଂସଦ ତଥା କଟକ ବାରବାଟୀ ନିର୍ବାଚନମଣ୍ତଳିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଶ୍ରୀମୟୀଙ୍କ ସପକ୍ଷରେ ବାହାରିଲେ ଦେବାଶିଷ । କହିଲେ, ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି । ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ଠିକ୍‌ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହନ୍ତି । ସମସ୍ତଙ୍କ କଥା ଶୁଣିବା କଥା । ମତେ ଦଳ ଯାହା କହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ ।

ସେପଟେ ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । କହିଛନ୍ତି, କ୍ଷମତା ଉପଭୋଗ ପରେ ବୟାନବାଜି କରିବା ଦୁର୍ଭାଗ୍ୟଜନକ । ଦେବାଶିଷ ସାମନ୍ତରାୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଦଳରେ କିଏ କଣ କରୁଛି ଶୃଙ୍ଖଳା କମିଟି ଦେଖୁଛି । ସେ ବିଷୟରେ ଦଳର ସୁପ୍ରିମୋ ମଧ୍ୟ ଅବଗତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)