ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ ଥିଲା। ବିଧାନସଭାରେ ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଭାତୀ ପରିଡ଼ା। ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ପ୍ରତି ଜିଲ୍ଲାରେ ପୁଷ୍ଟିହୀନତାର ଶିକାର ଶିଶୁ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ ପୁଷ୍ଟିହୀନତାର ଶିକାର। ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର। ସେହିଭଳି ସୁଭଦ୍ରାର ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ ହିତାଧିକାରୀ। ୨ୟ କିସ୍ତିରୁ ୧ ଲକ୍ଷ ୮୩ ହଜାର ୭୮୫ ଜଣ ବାଦ୍ ପଡ଼ିଛନ୍ତି। ସୁଭଦ୍ରାର ୧ମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ପାଇଛନ୍ତି। ସୁଭଦ୍ରାର ୨ୟ କିସ୍ତିରେ ୧ କୋଟି ୯୬ ହଜାର ୩୦୭ ଜଣ ପାଇଛନ୍ତି। ୩ୟ କିସ୍ତି ପାଇଛନ୍ତି ୯୬ ଲକ୍ଷ ୯୬ ହଜାର ୯୫୫ ଜଣ। ମୋଟ୍ ୧ କୋଟି ୯ ଲକ୍ଷ ୮୭ ହଜାର ୮୯୪ ଜଣ ଆବେଦନ କରିଥିଲେ। ଏହାପରେ ବିରୋଧୀ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ନାରାବାଜି ସହ ହୋହଲ୍ଲା କରିଥିଲେ। ଏହାପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ବିଧାନସଭା ଅଧିବେଶନର ସୂଚନା ଅନୁସାରେ, ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥିବା ବେଳେ ସୁଭଦ୍ରାର ୩ୟ କିସ୍ତିରୁ ବାଦ୍ ପଡ଼ିଛନ୍ତି ୩ଲକ୍ଷ ୯୯ହଜାର ୩୫୨ ଜଣ ହିତାଧିକାରୀ ।












Leave a Reply