୧୨୩ ଗ୍ରାମର ବେଆଇନ ହେରୋଇନ ଚାଲଣାକୁ ଜବତ କରିଛି ମୁଖ୍ୟ ଅବକାରୀ ବିଭାଗ ।

ରାଜ୍ୟରେ ବେଆଇନ ହେରୋଇନ ଚାଲଣାକୁ ଜବତ କରିଛି ଅବକାରୀ ବିଭାଗ। କଟକ ଜିଲ୍ଲାର ସିଆରଆରଆଇ ଥାନା ଅର୍ନ୍ତଗତରେ ଥିବା ନୟାବଜାର ଗାଁରେ ହେରୋଇନ କାରବାର ଚାଲିଛି ବୋଲି ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଗୁରୁବାର ଦିନ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତ ଭଗବାନ ନାଏକକୁ କାବୁ କରିଥିଲା ପୋଲିସ। ଏବଂ ତା’ଠାରୁ ୧୨୩ ଗ୍ରାମ୍ ର ହେରୋଇନ ଜବତ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନେତୃତ୍ୱ ନେଉଥିବା ଦଳ ମଧ୍ୟରେ ଇନସ୍ପେକ୍ଟର ଅବନି କୁମାର ମହାପାତ୍ର, ଏସଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ଏବଂ କିଶୋର ରାଉତ, ଏଏସଆଇ ଲକ୍ଷ୍ମୀଧର ଖୁଣ୍ଟିଆ, ଏହାସହ ମହିଳା ଅବକାରୀ କନଷ୍ଟେବଳ ସୁନାବତି ବରିହା ସଂପୃକ୍ତ ଥିଲେ। ତେବେ ପୋଲିସର ସୂତନା ମୁତାବିକ ଅଭିଯୁକ୍ତକୁ ଧରାଯାଇ କୋର୍ଟକୁ ପଠାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)