ରାଜ୍ୟରେ ଆଇଏଏସ୍ ଏବଂ ଆଇପିଏସଙ୍କ ମରୁଡି, ଖାଲି ପଡ଼ିଛି ୧୮୨ ପୋଷ୍ଟ; ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କେନ୍ଦ୍ରୀୟ ଡେପୁଟେସନରେ ରାଜ୍ୟର ୨୫ IAS ଓ ୨୮ IPS ଅଧିକାରୀ । ୨୪୮ IAS ପଦବୀ ସଂଖ୍ୟାରୁ ଖାଲି ରହିଛି ୪୫ ପଦବୀ। ମଞ୍ଜୁରୀ ପ୍ରାପ୍ତ ୧୯୫ IPS ପଦବୀରୁ ଖାଲି ରହିଛି ୬୬ ପଦବୀ । ୨୨୪୮ OAS ପଦବୀରୁ ୩୪୨ ପଦବୀ ଖାଲି ପଡ଼ିଛି । ୮୪୯ OPAS ପଦବୀରୁ ଖାଲି ପଡ଼ିଛି ୧୪୧ ପଦବୀ । ରାଜ୍ୟରେ ଆଇଏଏସ୍ ଆଉ ଆଇପିଏସଙ୍କ ମରୁଡି । ଖାଲି ପଡ଼ିଛି ୧୮୨ ପୋଷ୍ଟ । ରାଜ୍ୟର ବିଧାନସଭାର ପ୍ରଶ୍ନୋତ୍ତରରୁ ଏମିତି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ରାଜ୍ୟରେ ଏବେ ବି ୧୮୨ ଆଇଏଏସ୍, ଆଇପିଏସ୍ ଆଉ ଆଇଏଫଏସ୍ ପଦବୀ ଫାଙ୍କା ପଡ଼ିଛି । ଏନେଇ ଲିଖିତ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ବିଜେଡି ବିଧାୟକ ଅରୁଣ ସାହୁ ଏନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟର ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫଏସ୍ ସେବାରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା କେତେ? ଆଉ ଆଜିର ଦିନରେ କେତେ ଅଧିକାରୀଙ୍କ ପଦବୀ ଖାଲି ପଡ଼ିଛି? ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ଆଇଏଏସଙ୍କ ସଂଖ୍ୟା ହେଉଛି ୨୪୮ । କିନ୍ତୁ ତା ଭିତରୁ ଏବେ ବି ୪୫ଟି ପଦବୀ ଫାଙ୍କା ପଡ଼ିଛି । ସେହିପରି ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ସଂଖ୍ୟା ଥିଲେ ବି, ତା ଭିତରୁ ୬୬ଟି ପଦବୀ ଫାଙ୍କା ପଡ଼ିଛି । ସେହିଭଳି ଏବେ ବି ୩୪୨ ଓଏଏସ୍ ପଦବୀ ଏବଂ ୧୪୧ ଓପିଏସ୍ ପଦବୀ ଖାଲି ପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)