ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ୍ । ହତ୍ୟାକାଣ୍ଡ ପଛରେ ସତ୍ୟ ଘଟଣା କଣ ତାକୁ ନେଇ ଖୋଳତାଡ଼ ପରେ, ସାମନାକୁ ଆସିଛି ସାଙ୍ଘାତିକ ସତ । ଅଭିଯୁକ୍ତ ଦୀପକ ରାଉତର ଆକାଉଣ୍ଟ ଉପରେ ଥିଲା ଶୁଭମିତ୍ରାଙ୍କ ଆଖି । ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଇନସ୍ୟୁରାନ୍ସ ବାବଦକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲା ଦୀପକ । କିନ୍ତୁ ସେହି ଟଙ୍କା ଖର୍ଚ୍ଚ କରୁ ନଥିଲା ଦୀପକ । ଶୁଭମିତ୍ରା ସେହି ଟଙ୍କାରୁ ୨୦ ଲକ୍ଷ ମାଗୁଥିଲେ । ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ଭାଇ ନନ୍ଦୁକୁ ଟଙ୍କା ଦରକାର କହି ବାରମ୍ବାର ଚାପ ପକାଉ ଥିଲେ । ଟଙ୍କା ନ ଦେବାରୁ ଘରକୁ ଡାକି ଶୁଭମିତ୍ରା ଓ ତାଙ୍କ ମାଆ, ଦୀପକଙ୍କ ତଣ୍ଟିରେ ଛୁରୀ ଲଗାଇ ଧମକ ବି ଦେଇଥିଲେ ।
ହତ୍ୟାକାଣ୍ଡ ଦିନ ବି ସେହି ସମାନ ଘଟଣାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ଶୁଭମିତ୍ରା, ଦୀପକକୁ ଗୋଇଠା ମାରିବାରୁ , ସେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା କଥା ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଛି । ତେବେ ପ୍ରଥମ ପତ୍ନୀ ମୃତ୍ୟୁ ଘଟଣାକୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ ଦୀପକର ଏଭଳି ଚାଞ୍ଚ୍ୟଲକର ବୟାନ ଖୁଣ୍ଟୁଣି ଥାନା ପୋଲିସର ନିଦ ହଜାଇଛି ।












Leave a Reply