ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି । ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍ କମିଶନରଙ୍କ ସୂଚନା । ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ପୋଲିସ ସହ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ । ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି । ୨୪ଟି ପେଣ୍ଡାଲରେ ଅଳଙ୍କାର ସୁରକ୍ଷା ବ୍ୟବସ୍ଥା ହୋଇଛି । ବିଦ୍ୟୁତ୍ ଓ ନିଆଁରୁ ରକ୍ଷା କରିବାକୁ ବିଶେଷ ପଦକ୍ଷେପ ନିଆଯାଇଛି । ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଡ୍ରୋନ୍ ସହାୟତାରେ ମଣ୍ଡପଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସ୍ମାର୍ଟ କଣ୍ଟୋଲ୍ ରୁମ୍ ଜରିଆରେ ପାର୍ବଣ ପରିଚାଳନା ଚାଲିଛି । ସିସିଟିଭି ନଜରରେ ରହିଛି ସବୁ ପୂଜା ମଣ୍ଡପ ।
ପାର୍ବଣ ପାଇଁ ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ।












Leave a Reply