ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ; ନଭେମ୍ୱର ୧୧ରେ ନିର୍ବାଚନ ୧୪ରେ ଫଳାଫଳ ଘୋଷଣା ।

ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ନୂଆପଡା ଦଖଲ ପାଇଁ ୩ ଦଳ ନିଜ ଢଙ୍ଗରେ ରଣନୀତି ପ୍ରସ୍ତୁତ କରିବା ଭିତରେ କଂଗ୍ରେସ କରିଛି ବଡ଼ ଘୋଷଣା । ଘାସିରାମ ମାଝୀଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରିଛି କଂଗ୍ରେସ । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏପଟେ ନୂଆପଡାରେ ନଭେମ୍ୱର ୧୧ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଫଳାଫଳ ୧୪ ତାରିଖରେ ଘୋଷଣା ହେବ । ଏହାର ୪୦ ଦିନ ପୂର୍ବରୁ  କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିଛି ।

ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ନୂଆପଡ଼ା ଆସନ ବିଜେଡି ଖାତାରେ ଥିବାରୁ ଏହାକୁ ବଜାୟ ରଖିବା ଦଳ ପାଇଁ ଏସିଡ ଟେଷ୍ଟ ଠାରୁ କମ ନୁହେଁ । ଦଳ କ୍ଷମତା ବାହାରେ ଥାଇ ପ୍ରଥମ ଉପ-ନିର୍ବାଚନ ଲଢୁଛି । ହେଲେ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଫଳାଫଳ କ’ଣ ହେବ ଲୋକ ନିର୍ଣ୍ଣୟ କରିବେ । ଭିନ୍ନ ରଣନୀତି ନେଇ ଆଗକୁ ବଢୁଥିବା କଂଗ୍ରେସ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ପାଇଁ ଆଶାବାଦୀ ରହିଛି । ନୂଆପଡ଼ା ବିଜୟ ପାଇଁ ୩ ଦଳ ଅଣ୍ଟା ଭିଡ଼ିଛନ୍ତି , ୩ ଦଳର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେଣୁ ନୂଆପଡ଼ା ବାଜି କିଏ ଜିତିବ ? ତାହା ଜାଣିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)