କଟକ ଐତିହାସିକ ବାଲିଯାତ୍ରା ଗ୍ରାଉଣ୍ଡ୍କୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ବାଲିଯାତ୍ରା ଗ୍ରାଉଣ୍ଡ୍ର ୫ କିମି ପରିଧି ପାଇଁ ଏହି କଟକଣା ଜାରି ହୋଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ସ ଉଡ଼ାଣ ମନା । ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ, UAV, ଡ୍ରୋନ୍କୁ ମଧ୍ୟ ମନା । ବାଲିଯାତ୍ରା ଦେଖିବାକୁ ପ୍ରତିବର୍ଷ ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମାଗମ ହୁଏ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେବେ ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା ।
ଐତିହାସିକ ବାଲିଯାତ୍ରା ଗ୍ରାଉଣ୍ଡ୍କୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କଲେ କଟକ ଜିଲ୍ଲାପାଳ ।












Leave a Reply