ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ । ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସୁପ୍ରିମୋ । କାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦଳୀୟ କାଉନସିଲର ହ୍ବିପ୍ ଅମାନ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ନିର୍ଦ୍ଦେଶ ସମ୍ପର୍କିତ ନୋଟିସ୍ କାଉନସିଲରଙ୍କୁ ଦେବାକୁ ଜଗନ୍ନାଥ ସାରକାଙ୍କୁ ନିର୍ଦ୍ଦେଶ ରହିଛି । ଏପଟେ ବିଜେଡିର ନିର୍ବାଚିତ ୧୯ କାଉନସିଲର ଅଜ୍ଞାତବାସରେ ଥିବା ସୂଚନା ରହିଛି । ଅଜ୍ଞାତବାସରେ ଥିବା କାଉନସିଲର ଭାସ୍କର ରାଓଙ୍କ ସମର୍ଥିତ ହୋଇଥିବା ସୂଚନା । ନିକଟରେ ବିଜେଡି ଛାଡ଼ି ଦଳ ବିରୋଧରେ ବର୍ଷିଥିଲେ ପୂର୍ବତନ ସାଂସଦ ଭାସ୍କର ରାଓ ।

ଅନ୍ୟପଟେ, ବିଜେଡି ପକ୍ଷରୁ ରାଜ୍ୟ ପଦାଧିକାରୀ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ଜଣେ ଉପସଭାପତି, ୨ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୫ ଜଣ ସାଧାରଣ ସମ୍ପାଦକ ଏବଂ ୩ ଜଣ ସମ୍ପାଦକଙ୍କୁ ମିଶାଇ ମୋଟ୍‌ ୧୧ ଜଣ ନେତାଙ୍କୁ ନିଯୁକ୍ତି ମିଳିଛି । ବରିଷ୍ଠ ନେତା ଚିରଞ୍ଜୀବୀ ବିଶ୍ୱାଳଙ୍କୁ ଉପସଭାପତି, ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଗଣେଶ୍ୱର ବେହେରାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ଲମ୍ବୋଦର ନିଆଲ, ଅଳକା ମହାନ୍ତି, ଇରାନୀ ରାଏ, ସୁଧୀର ଦାସ ଏବଂ ମନୋଜ ମିଶ୍ରଙ୍କୁ ସାଧାରଣ ସମ୍ପାଦକ, ରାଜେଶ ନିଗମ, ସନ୍ତୋଷ ପଟ୍ଟନାୟକ ଏବଂ ରାଜୁ ଘିବାଲାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏହି ଟିମ୍‌ ବୁଧବାର ଦଳ ପକ୍ଷରୁ ପ୍ରକାଶ ପାଇଛି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)